Monday, April 22, 2019

ଓଲିଉଡକୁ ଆସୁଛନ୍ତି ଏହି ନୂଆ ଯୋଡ଼ି

 ନୂଆ ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’ରେ ଜଣେ ନୂଆ ନାୟିକା ଭୂମିକାରେ ଖୁବ୍‌ ଶୀଘ୍ର ନଜର ଆସିବେ। ଏଥିରେ ଓଲିଉଡରେ ଜଣେ ନୂଆ ନାୟିକାଙ୍କର ପ୍ରବେଶ ଘଟିଛି। ସେ ହେଲେ ଲଭ୍‌ଲି ଲିଲି। ଲଭ୍‌ଲି ଲିଲି ଙ୍କ ଅଭିନୀତ ଚରିତ୍ରର ନାଆଁ ହେଉଛି ପାୟଲ୍‌। ସେ ଏକ ଚୁଲୁବୁଲି ଝିଅ,ଯିଏ କଲେଜ୍‌ରେ ପାଠ ପଢ଼େ। ପାୟଲ ହେଉଛି ଜଣେ ଡନ୍‌ର ସାନ ଭଉଣୀ। ଏଥିରେ ଡନ୍‌ ଭୂମିକା ନିଭାଇଛନ୍ତି ଅଭିନେତା ମନୋଜ ମିଶ୍ର । ଫିଲ୍ମରେ ନିଜ ଚରିତ୍ରଟି ଖୁବ୍‌ ଦମଦାର୍‌ ବୋଲି କହନ୍ତି ଲଭ୍‌ଲି ଲିଲି ।


ଏହି ସିନେମାରେ ଅଙ୍କିତ ଅଛନ୍ତି ନାୟକ ଭୂମିକାରେ। ସେ ଟେଲି ଜଗତର ଜଣେ ଜଣାଶୁଣା ଷ୍ଟାର। ଅଙ୍କିତ-ଲଭଲି ଲିଲିଙ୍କ ବ୍ୟତୀତ ଏହି ସିନେମାରେ ଅନୀତା ଦାସ ,ବିଜୁ ବଡ଼ଜେନା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।
ତାଙ୍କର ପ୍ରକୃତ ନାଆଁ ହେଲା ମନୋରମା ନାୟକ।ଘରେ ତାଙ୍କୁ ଲିଲି ବୋଲି ଡ଼ାକନ୍ତି ସମସ୍ତେ। ପରଦାରେ ଭଲ ନାଆଁ ଟିଏ ରଖିବାକୁ ଇଛା ହେଲା ତାଙ୍କର । ଏଣୁ ସେ ନିର୍ଦ୍ଦେଶକ ଏନ୍‌.ପାଢ଼ୀଙ୍କୁ ଫିଲ୍ମରେ ନିଜର ନାଆଁ ଲଭ୍‌ଲି ଲିଲି ରଖିବାକୁ ଅନୁରୋଧ କରିଥିଲେ। ସେ ବି ମୋ’ କଥା ରଖିଲେ। ବାସ୍‌ ତାପରେ ଏହି ନାମରେ ଏବେ ପରିଚିତ ହେଉଛନ୍ତି ଓଲିଉଡରେ।

Friday, July 29, 2016

ନୂଆ ଓଡ଼ିଆ ଫିଲ୍ମ ‘ମୁଁ ଗାନ୍ଧୀ ନୁହେଁ’


ପରଦାକୁ ଆସିଲା ନୂଆ  ଓଡ଼ିଆ ଫିଲ୍ମ ‘ମୁଁ  ଗାନ୍ଧୀ ନୁହେଁ’। କଟକ ଜୟଶ୍ରୀ ସିନେମା ହଲ୍‌ରେ ଫିଲ୍ମର ପ୍ରିମିୟର ଶୋ ଅନୁଷ୍ଠିତ ହୋଇଯାଇଛି। ସାଂପ୍ରତିକ ସମାଜର  ହିଂସା ଓ ଗୁଣ୍ଡାରାଜକୁ ଫିଲ୍ମରେ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ମିଶ୍ର। ନବାଗତ କ୍ରିଷ୍ଣା ଓ କରଣଙ୍କୁ ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି।  ସେହିପରି ମୁଖ୍ୟ  ଅଭିନେତ୍ରୀ ଅଛନ୍ତି ଭାବନା ଓ ଦୀକ୍ଷା। ଫିଲ୍ମରେ ଭେଟେରାନ୍‌ କଳାକାର  ଅଶ୍ରୁମୋଚନ ଓ ରବି ମିଶ୍ର  ମଧ୍ୟ ଅଭିନୟ କରିଛନ୍ତି।

Wednesday, June 29, 2011

Movie Mogul Basanta Nayak is no more

The Odia film industry lost a jewel as noted Ollywood director and producer Basant Nayak passed away at the age of 76 at the Aditya Care Hospital in Bhubaneswar on Monday.


Nayak passed away after a prolonged illness. He had produced several successful movies. His first production-direction venture was Naga Phasa in 1977.



He also produced various movies like Danda Balunga, Paka Kambal Pot Chhota, Eai Ta Dunia, Yashoda, etc. He also produced hit movies Jahaku Rakhibe Ananta and I Love You, Don and the latest movie 143 I Love You. Nayak also owned Brajraj Movies, which is a known name in Ollywood.



Nayak death is seen as a great loss to the Odia film industry. Many film stars and producers have conveyed their heartfelt condolences and sympathies to the members of the bereaved family.

Movie Mogul Basanta Nayak is no more